ସୀମାନ୍ତ ଜମି ଜବରଦଖଲ ନେଇ ତେଜୁଛି ବିବାଦ ଓଡ଼ିଶା ନାଗରିକ ମଞ୍ଚ ର ଆନ୍ଧ୍ରପ୍ରଦେଶ ଗ୍ରସ୍ତ।

କାଳୁପଡ଼ା ଘାଟ:-୦୧/୧୦(ବିନୁ ଦାସ୍) ଓଡ଼ିଶା ନାଗରିକ ମହାମଞ୍ଚ,କଳିଙ୍ଗ ପାଇକ ସଙ୍ଗଠନ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଜନଚେତନା ପରିଷଦ ପ୍ରଭୃତି ଗଣ ସଙ୍ଗଠନ ମାନେ ସମ୍ମିଳିତ ଭାବେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ନେତୃତ୍ବରେ ସୀମା ଅଭିଯାନ ର ଶୁଭାରମ୍ଭ ହୋଇଛି । ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହି ପ୍ରତିନିଧି ଦଳ ରେ ଉତ୍କଳ ପୂର୍ଣ୍ଣାଙ୍ଗ ନ୍ୟାସ ମଣ୍ଡଳୀ ସଭାପତି ସୀତା ବଲ୍ଲଭ ମହାପାତ୍ର, ଓଡ଼ିଶା ନାଗରିକ ମହାମଞ୍ଚ ର ଉପ-ସଭାପତି ବିଜୟ ପରିଡା, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସମର୍ପିତ ସଦସ୍ୟ ମୁରଲୀଧର ବାବୁ, ଯୁବ ସାମ୍ବାଦିକ ଚିରଞ୍ଜିବୀ ସେଠୀ ପ୍ରମୁଖ ଏହି ସଂଗଠନ ରେ ସାମିଲ ହୋଇଛନ୍ତି । ପାରଳାଖେମୁଣ୍ଡି ରେ ବ‌ହୁ ସଙ୍ଗଠନ ର ସମ୍ମିଳିତ ସଭା ରେ ଯୋଗ ଦେଇ ଆସନ୍ତା କାଲି ସକାଳେ ଗଙ୍ଗାବାଡ, ମାଣିକ ପାଟଣା ,ଗୁଡିଖୁଡି,କଳିଙ୍ଗଦୋଳା ଦେଇ ଗୁଣୁପୁର, ରାୟଗଡ଼ା ଦେଇ କୋରାପୁଟ ଠାରେ ବିଭିନ୍ନ ସଙ୍ଗଠନ ର ପ୍ରତିନିଧି ମଣ୍ଡଳୀ ଙ୍କ ସହିତ ଆଲୋଚନା କରିବା ପରେ କୋଟିଆ ଅଞ୍ଚଳ କୁ ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିବ ଏହି ମହାମଞ୍ଚ । ସେଠାରେ ଅଖଣ୍ଡ ଓଡ଼ିଶା ଗଠନ ଅଭିଯାନ ର ଶୁଭାରମ୍ଭ କରି ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା ଓଡ଼ିଶା ର ଅଙ୍ଗ ଛେଦନ କରି ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଅଞ୍ଚଳ ଯଥା ବିଜୟନଗର ଠାରୁ ମେଦିନୀପୁର, ଷଢେ଼ଇକଳା ଖରସୁଆଁ ସିଂହଭୂମି, ଚାଇଁବସା, ଚକ୍ରଧର ପୁର ,ବସ୍ତର ଅଞ୍ଚଳ ସମୂହ କୁ ଓଡ଼ିଶା ମାନଚିତ୍ର ରେ ସ୍ଥାନିତ କରିବା ପାଇଁ ଆନ୍ଦୋଳନ ବ୍ୟାପକ ଭାବେ ଗଢ଼ି ତୋଳିବାକୁ ଶପଥଗ୍ରହଣ କରାଯିବ ବୋଲି ମହାମଂଚ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି । ଏହି ଉପଲକ୍ଷେ ଏହି ମହାମଂଚ ଜାତୀୟ ରାଜପଥ ରେ ଯାତ୍ରା କରୁଥିବା ବେଳେ ଯୁବଗୋଷ୍ଠୀ ଏବଂ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଚିଲିକା ବ୍ଲକ ଚଣ୍ଡେଶ୍ୱର ପୀଠସ୍ଥିତ ଜାତୀୟ ରାଜପଥ ଛକ ନିକଟରେ ମହାମଞ୍ଚ ର କର୍ମକର୍ତ୍ତାଙ୍କୁ ପୁଷ୍ପ ଗୁଛ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ସରପଞ୍ଚ ତଥା ଯୁବନେତା ଦୀନବନ୍ଧୁ ସାହୁଙ୍କ ସହିତ ଅନ୍ୟ ଶୁଭେଚ୍ଛୁ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।