ଗାଁ କଲ୍ୟାଣ ସମିତି ଅର୍ଥ ବାଟ ମାରଣା ମୋରାମୋରୀ ପଞ୍ଚାୟତ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ନାଚୁଣୀ:-୩୦/୦୯(ବିନୁ ଦାସ୍):-ଗାଁ ପରିମଳ ଗାଁ ମୁଣ୍ଡରୁ।ଗ୍ରାମର ବିକାଶ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଲୋକାଭିମୁଖୀ ଯୋଜନା ଆସୁଛି।ଯେମିତି କି ଗ୍ରାମ କଲ୍ୟାଣ ସମିତିର ଆନୁକୂଲ୍ୟରେ ଗ୍ରାମ ପରିବେଶ ସୁରକ୍ଷା ଏବଂ ସଫା ରଖିବା ଆଦି କାମ ପାଇଁ ବାର୍ଷିକ ଦଶ ହଜାର ଟଙ୍କାର ସହାୟତା ଆସୁଛି, କିନ୍ତୁ ଏହି ଅର୍ଥ କେତେକ କ୍ଷେତ୍ରରେ ସ୍ଥାନୀୟ କିଛି ପାଣି ପଞ୍ଚାୟତ ସଭାପତି ଅଙ୍ଗନ ବାଡ଼ି କର୍ମୀ ମିଳି ମିଶି ହଡ଼ପ କରୁଛନ୍ତି।ଏବଂ ଏହି ଦଶ ହଜାର ଟଙ୍କା କୁ ମିଟିଂ,ସିଟିଙ୍ଗ ଏବଂ ଇଟିଙ୍ଗ ରେ ଶେଷ ହେଉଛି।ଯାହା ଫଳରେ ବିଜେପି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ମୋରାମୋରୀ ପଂଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆୟୋଜକ ତଥା ବିଜେପିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବସନ୍ତ ମାଳିଙ୍କ ତତ୍ୱାବଧାନରେ ହୋଇଥିଲା। ଏଥିରେ ଗ୍ରାମ୍ୟ କମିଟିର ସଭାପତି ସୁବଳ ଦଳେଇ, ସୁକାନ୍ତ ନାୟକ, ଅଭିଜିତ ବିଶ୍ୱାଳ ,ସନାତନ ସେଠି, ପ୍ରଫୁଲ ନାୟକ, ଜଗା ନାୟକ, ଦେବରାଜ ପ୍ରଧାନ, ଵୈରାଗି ସାହୁ,ପଦିଆ ସାହୁ,ଭାସ୍କର ମହାରଣା,ଅରକ୍ଷିତ ନାୟକଙ୍କ ସମେତ ବହୁ ବିଜେପିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋରମୋରୀ ମଝିସାହିରୁ ଆରମ୍ଭ କରି ସ୍କୁଲ,ଏବଂ ନୂତନ ପଂଚାୟତ ଘର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନା ସହିତ ଛୋଟ ଛୋଟ ଗଛ ଏବଂ ଘାସକୁ କାଟି ରାସ୍ତା ସଫା କରାଯାଇଥିଲା। ଗାଁ ପରିମଳ ସଫା ରହିଲେ ଲୋକମାନଙ୍କ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ସମସ୍ତ ସଦସ୍ୟମନେ ମତ ପ୍ରକାଶ କରିଥିଲେ।ମୋରାମୋରୀ ପଞ୍ଚାୟତ ର ପାଇକ ସାହି,ମୁସଲିମ ସାହି, ମଝି ସାହି, ଝର ସାହି ଏବଂ ମୋରାମୋରି ଟାଙ୍ଗୀ ସାହିର ପାଞ୍ଚ ଟି ଅଙ୍ଗନବାଡି କେନ୍ଦ୍ରକୁ ବର୍ଷକୁ ପଚାଶ ହଜାର ଟଙ୍କା ଗାଁ ପରିମଳ ସଫେଇ କାର୍ଯ୍ୟକ୍ରମ ପାଇଁ ଆସୁଥିଲେ ମଧ୍ଯ ଗାଁ ପରିମଳ କେବଳ କାଗଜକଲମ ରେ ସୀମିତ ରହି ଅର୍ଥ ହରିଲୁଟ ସହ କୌଣସି ପରିମଳ ସଫେଇ ନ ହେବାରୁ ଏହି ଗ୍ରାମର କିଛି ବିଜେପି କର୍ମୀମାନେ ମିଶି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ।ଯାହା ଫଳରେ ଗ୍ରାମର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି।