ରାଜଗାଙ୍ଗପୁର : ସାପ୍ତାହିକ ବଜାରରେ ପ୍ରଶାସନର ବାରଣ ସତ୍ତ୍ୱେ ମଧ୍ୟ ଚାଲିଛି ଟିକସ ଆଦାୟ |

ରାଜଗାଙ୍ଗପୁର,୨୦।୦୯, (ମନୋଜ ଭୋଳଙ୍କ ରିପୋର୍ଟ): -ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ପୌରପାଳିକା ପକ୍ଷରୁ ସାପ୍ତାହିକ ବଜାର କୁ ନିଲାମ କରାଯାଇଥିବା ବେଳେ ଏହାର ଟିକସ ଆଦାୟ ଓ ଦର ବୃଦ୍ଧି କୁ ନେଇ ଗତ କିଛି ଦିନ ହେବ ଉତେଜନା ପୌର ପାଳିକା କାର୍ଯ୍ୟାଳୟ ରେ ଦେଖୀବାକୁ ମିଳିଥିଲା | କାହିଁକି ନା ଟିକସ ଆଦାୟ କରୁଥିବା କର୍ମଚାରୀ ମାନେ ବଜାର କୁ ଆସୁଥିବା ଚାଷୀ ଓ ଦୋକାନୀ ମାନଙ୍କ ଉପରେ ଜୋର ଜୁଲମ କରୁଥିବା ଦେଖିବାକୁ ମିଳିଥିଲା | ଫଳରେ ପୌରପାଳିକା କାର୍ଯ୍ୟାଳୟ ରେ ଚାଷୀ ବ୍ୟବସାୟୀ ମାନେ ଧାରଣା ଦେବା ସହ ଏହା ବିରୋଧ ରେ ସ୍ୱର ଉତୋଳନ କରିଥିଲେ |ଫଳରେ ପୌରପାଳିକା କାର୍ଯ୍ୟାଳୟ ରେ ଉତେଜନା ଦେଖାଦେବ ସହ ଏହାକୁ ନେଇ ରାଜଗାଙ୍ଗପୁର ସହର ସ୍ଥିତ ପୂର୍ତ୍ତବିଭାଗ ଡ଼ାକ ବଙ୍ଗଳାରେ ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ,ତଅସିଲ ଦାର ଓ ରାଜଗାଙ୍ଗପୁର ଏସ ଡି ପିଓ , ରାଜଗାଙ୍ଗପୁର ଥାନା ଅଧିକାରୀ ଓ ସହର ର ଅନ୍ୟାନ ବରିଷ୍ଟ ଲୋକଙ୍କୁ ନେଇ ବୁଝାମଣା ହେବ ସହ ଏ ନେଇ ଅତିରିକ୍ତ ଜିଲ୍ଲାପାଳ ନୂତନ କିଛି ପଦକ୍ଷେପ ନେବାକୁ ସମୟ ନେଇଥିବା ବେଳେ ବଜାର ରୁ ଟିକସ ଆଦାୟ ପାଇଁ ବାରଣ ହୋଇଥିବା ବେଳେ ଏହା ସହ ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଖାଲି ରହିଥିବା ବେଳେ ଏହି ଦାୟିତ୍ୱ ରାଜଗାଙ୍ଗପୁର ବିଡ଼ିଓ ଙ୍କୁ ଦିଆଯାଇଥିଲା |

ଏହା ସହ ପୂର୍ବତନ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ରାତା ରାତି ଯିବାକୁ ପଡିଥିଲା | ହେଲେ ରବିବାର ଦିନ ସାପ୍ତାହିକ ବଜାର ରେ ଟିକସ ଆଦାୟ ନେଇ ଅଭିଯୋଗ ଆସୁଛି ରବିବାର ଦିନ ବଜାର କୁ ଆସିଥିବା ଦୁଇ ଜଣ ବାଉଁଶ ତିଆରି ସାମଗ୍ରୀ ବିକ୍ରି କରିବାକୁ ଆସିଥିବା ମହିଳା ଙ୍କ ଠାରୁ ୨୦ଟଙ୍କା ଲେଖାଏ ଓ ଜଣେ ଠେଲା ରେ ଫଳ ବିକୁଥିବା ବିକାଳୀ ଙ୍କ ଠାରୁ ୟୁଜର ଫି ସ୍ଲିପ ଦିଆଯାଇ ତାଙ୍କ ଠାରୁ ଟଙ୍କ| ନିଆଯାଇଥିବା ଅଭିଯୋଗ ହୋଇଛି | ପୌର ପାଳିକା ତରଫରୁ ପୌରପାଳିକା ବଜାର ନିଲାମ ହୋଇଥିବା ବେଳେ ପ୍ରଶାସନ ର ବାରଣ ସ୍ୱତେ ଏପରି ଘଟିବା କେତେ ଦୂର ଠିକ ଓ ଏହା ଉପ ରେ ତଦନ୍ତ ହେବା ଜରୁରୀ ବୋଲି ସହର ର ବୁଦ୍ଧିଜୀବୀ ମହଲ ରେ ଚର୍ଚା ହେଉଥିବା ବେଳେ ଏ ନେଇ ପୌରପାଳିକ ଦାୟିତ୍ୱ ରେ ଥିବା ବିଡ଼ିଓ ଙ୍କୁ ପଚାରିବାରୁ ସେ ବଜାର ରେ ଟିକସ ଆଦାୟ ବନ୍ଦ ରହିଛି ଏବଂ କାହାକୁ ଆଦାୟ କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି
କହିଥିଲେ |