ସାଲେପୁର, ୧୩/୦୯ : ଲଗାଣ ବର୍ଷାରେ ବେହାଲ ସାଲେପୁର ସହର। ସହର ଦେଇ ଯାଇଥିବା କଟକ-ଚାନ୍ଦବାଲି ରାସ୍ତା ଉପରେ ପ୍ରବାହିତ ହେଉଛି ୫ଫୁଟ ଉଚ୍ଚରେ ବର୍ଷା ଜଳ । ସେହିପରି ସାଲେପୁର କୁଆଁପାଳ ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡା ହୋଇଛି ।
ସାଲେପୁର ସହରରେ ଡ୍ରେନେଜ୍ ବ୍ୟବସ୍ଥା ପୁରା ପୁରି ଫେଲ ମାରିଛି । ଫଳରେ ଚନ୍ଦ୍ରାଦେଇପୁର, ଲୁଣାହାର, ମାଛୁଆତି, ରୋଧପୁର, ବଟେଶ୍ୱର, ତହସିଲ, ବ୍ଲକ ଅଫିସ ସମେତ ସମ୍ପୂର୍ଣ୍ଣ ସାଲେପୁର ସହର ଜଳବନ୍ଦୀ ହୋଇଛି। ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଦୋକାନ ଘର ଠାରୁ ଆରମ୍ଭ କରି ମୁଖ୍ୟ ବଜାରକୁ ଲାଗି ରହିଥିବା ଗାଁ ଗୁଡିକରେ ଘର ଭିତରେ ପାଣି ପଶିଯାଇ ମାଟି ଘର ଭୁଶୁଡି ପଡିଛି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ କୌଣସି ଉଦ୍ୟମ ଆରମ୍ଭ ହୋଇନାହିଁ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।