କାଳୁପଡ଼ା ଘାଟ:-୧୩/୦୯(ବିନୁ ଦାସ୍):-ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା।କୁଳ ଲଙ୍ଘି ମାଡି ଆସିଛି ପାଣି।ବୁଡ଼ାଇ ଦେଇଛି ଶହ ଶହ ମତ୍ସଜୀବୀ ଙ୍କର ଡ଼ଙ୍ଗା । ଉପକୂଳବର୍ତ୍ତୀ ଚିଲିକା ଅଞ୍ଚଳରେ ଘର ଭିତରେ ପଶିଛି ପାଣି।ପରିସ୍ଥିତି ଏପରି ହୋଇଛି ଯେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ଅଛନ୍ତି। ବର୍ଷା ଥମିବାର ନାଁ ଧରୁନଥିବା ବେଳେ ବେଶୀ ଆତଙ୍କିତ ହୋଇଛନ୍ତି ଚିଲିକା ଉପକୂଳ ବାସୀ ଗ୍ରାମ ଗୁଡିକ ।
ଗାଁ ଦାଣ୍ଡରେ ଚିଲିକା ଏବଂ ନଦୀ ପାଣି ଲହଡି ମାରୁଛି।ପରିସ୍ଥିତି ଆଗକୁ ଭୟଙ୍କର ହେବାର ଜଣା ପଡୁଛି।ଏଭଳି ଘଟଣା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଜରିପଡା ପଞ୍ଚାୟତର ଜଗନ୍ନାଥ ପୁର ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି କହିବାକୁ ଗଲେ ଏକ ରକମ ଜଳବନ୍ଦୀ ହୋଇ ରହିଛନ୍ତି।
ଗ୍ରାମ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ଶଙ୍ଖ ଟି ବିପଦପୂର୍ଣ୍ଣ ଭାବେ ରହିଛି।କେତେବେଳେ କଣ ଘଟିବ କହି ହେଉନାହିଁ। ତୁରନ୍ତ ଏ ଦିଗରେ ପ୍ରଶାସନ ର ସହଯୋଗ ଲୋଡିଛନ୍ତି ଜଗନ୍ନାଥ ପୁର ଗ୍ରାମବାସୀ।ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣା ପଡ଼ିଛି। ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।