ଚିଲିକା:-୧୨/୦୯(ବିନୁ ଦାସ୍):-ଦିନକୁ ଦିନ ଚିଲିକା ବିଧାୟକ ଙ୍କର ପାଇଁ ବଢୁଛି ଅଡ଼ୁଆ।ଗୋଟିଏ ପଟେ ବିଜେପି ପକ୍ଷରୁ ବିଧାୟକ ଚିଲିକା ଙ୍କୁ ଗିରଫ କରିବାକୁ ଦାବି ବେଳେ ଅନ୍ୟ ପଟରେ ସାମ୍ବାଦିକ ସଙ୍ଘର ସଦସ୍ୟ ପ୍ରବଳ ବର୍ଷାରେ ଭିଜି କରୋନା କଟକଣାକୁ ନଡ଼ରି ବର୍ଷାରେ ଭିଜି ଦେଇଛନ୍ତି ଗଣ ଧାରଣା । ଗତ ୮ ତାରିଖରେ ଚିଲିକା ବିଧାୟକ ଙ୍କ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ପରିଷଦରେ ଚାଲିଥିଲା ଗୁଣ୍ଡା ରାଜ । ସେହି ସମୟରେ ଜଣେ ସାମ୍ବାଦିକ ତାର କର୍ତ୍ତବ୍ୟ କରି ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ସାମ୍ବାଦିକ ଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ଆଜି ପଡିଲା ମହଙ୍ଗା । ଆଜକୁ ଚାରିଦିନ ହେବ ପୋଲିସ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଚାପରେ ଗଣମାଧ୍ୟମ ଙ୍କୁ ନ୍ୟାୟ ନମିଳିବା ନେଇ ଆଜି ସମସ୍ତ ସାମ୍ବାଦିକ ସଙ୍ଘ ଏକତ୍ରିତ ହୋଇ ବର୍ଷାରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଯାହା ବାଲୁଗାଁ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ।
କିନ୍ତୁ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ପୋଲିସ ଚିଲିକା ବିଧାୟକ ଗଣେଶ ଜଗଦ୍ଦେବ ଙ୍କର ଚାପରେ ଆଜି ବାଲୁଗାଁ ପୋଲିସ୍ ଡରି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣା ପଡିଛି । କିଛି ବିଧାୟକ ପ୍ରେମୀ ତାଙ୍କୁ ବାହୁବଳୀ ବିଧାୟକ ଆଖ୍ୟା ଦେବା ଏବଂ ବିଜେପି ନେତାଙ୍କୁ ମାଡ଼ ମାରିବା ସତେ ଯେମିତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଆଦେଶରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷରୁ ବହିସ୍କୃତ ଏବଂ ବିଜେଡି ରୁ ସସପେଣ୍ଡ ବାହୁବଳୀ ପ୍ରେମୀଙ୍କୁ କୋକୁଆ ଭୟ ଖେଳିଛି।ବିଭିନ୍ନ ସ୍ଥାନରେ ନିଜକୁ ବାହୁବଳୀ ଦେଖାଉଥିବା ଚିଲିକା ବିଧାୟକ ଆଜି କେଉଁଠି ଅଛନ୍ତି ପୋଲିସ ବି ଖୋଜି ପାଉନି ଯାହାକି ତାଙ୍କୁ ଭରସା କରୁଥିବା କୁଜି ନେତା ଏବଂ କର୍ମୀ ବର୍ତ୍ତମାନ କେଉଁ ଆଡେ ଗସ୍ତ କରିବେ କର୍ମୀ ଙ୍କର ମନୋବଳ ଭାଙ୍ଗି ପଡିଛି। ।ଦୀର୍ଘ ଚାରିଦିନ ହେବ ପୋଲିସ ଚିଲିକା ବିଧାୟକଙ୍କୁ ଖୋଜି ପାଉନଥିବା ବେଳେ ବିଜେପି ଦଳୀୟ ନେତା ନିରଞ୍ଜନ ସେଠି ଙ୍କର ତରଫରୁ ଏକ ଏତଲା ଦିଆଯାଇଛି ।ସେହିଭଳି ଭାବରେ ଯୁବ ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କ ପ୍ରତି ବିଧାୟକ ଙ୍କର ଖରାପ ଭାଷା ପ୍ରୟୋଗ ଏବଂ ଜାତିଆଣ ପ୍ରସଙ୍ଗ ରେ ଗାଳି କରିବା ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ମୋବାଇଲ ଛଡାଇ ନେବା ଏବଂ ମାଡ଼ ମାରିବା ଆଦି ଅଭିଯୋଗ ହୋଇଥିଲେ ବି ପୋଲିସ ଅଧିକାରୀ କାହା ଚାପରେ ଚୁପଚାପ ରହୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି।ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଆଜି ବାଲୁଗାଁ ଥାନା ସମ୍ମୁଖରେ ନିରବ ପ୍ରତିବାଦ କରିଛନ୍ତି।ଆଗାମୀ ଦିନରେ ଯଦି ସମ୍ପୃକ୍ତ ସାମ୍ବାଦିକ ଙ୍କର ମୋବାଇଲ କୁ ବିଧାୟକ ଚିଲିକା ନଦିଅନ୍ତି କିମ୍ବା ପୋଲିସ ଅଭିଯୁକ୍ତ ବିଧାୟକ ଙ୍କୁ ଗିରଫଦାରୀ ନ କରେ ନତୁବା ପୋଲିସ ଏତଲା ଗ୍ରହଣ ନକରେ ତ ଆଗକୁ ଆନ୍ଦୋଳନ ବଢିବାର ଜଣାପଡୁଛି।ତୁରନ୍ତ ଏ ଦିଗରେ ପୋଲିସ ଅଧିକାରୀ ନିରପେକ୍ଷତା ଅବଲମ୍ବନ କରି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ସାମ୍ବାଦିକ ସଙ୍ଘ।