ପିସି ହାତେଇବା ପାଇଁ ପୋୖର ଅଧିକାରୀ ଙ୍କ ଏକ ମାଧ୍ୟମ ?

ଗୁଣପୁର,୦୯।୦୯, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ), ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀ ଏବଂ ଦପ୍ତରରେ ପି.ସି. ନେଣ ଦେଣ ଉପରେ ଅଙ୍କୁଶ ଲଗାଇବା ପରେ ଅନେକ ସରକାରୀ ବାବୁ ବିଭିନ୍ନ ଉପାୟରେ ଏହା ହାତେଇ ନେବାର ଗଳା ବାଟ ଆପଣେଇଛନ୍ତି । ଉନ୍ନତୀ କରଣ ନାମରେ ଗୁଣପୁର ପୋୖର ପରିଷଦରେ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଉପସ୍ଥାପିତ ଫୋଟ ଚିତ୍ର କୁ ଦେଖିଲେ ଯେକେହି ଏହାକୁ ସହଜରେ ଠଉରେଇ ପାରିବ । ନୂତନ ବସ ଷ୍ଟାଣ୍ଡ ଠାରେ ତିଆରି କରାଯାଇଥିବା ପାଦଚଲା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନେଇ କୌଣସି ସଠିକ ଖସଡ଼ା ପ୍ରସ୍ତୁତ କରାଯାଇନଥିବା ମନେହୁଏ । ମୁଖ୍ୟରାସ୍ତା ଓ ପାଦଚଲା ରାସ୍ତା ମଧ୍ୟରେ କରାଯାଇଥିବା ଗାର୍ଡ ୱାଲ ଯୋଗୁଁ ବର୍ଷା ପାଣି ନିଷ୍କାସନ ଠିକ ଭାବେ ହୋଇପାରୁ ନଥିବା ଦେଖା ଦେଇଛି ।

ଯେଉଁ କିଛି ସ୍ଥାନରେ ପାଣି ବାହାରି ଆସୁଛି ତାହା ଜମି ରହୁଥିବାରୁ ସେହି ଅଞ୍ଚଳରେ ରହୁଥିବା ଦୋକାନଦାର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଯେଉଁ ଉଦ୍ଦେଶ୍ୟ ଦେଖାଇ ବସ ଷ୍ଟାଣ୍ଡ ମଧ୍ୟର ପାଦଚଲା ରାସ୍ତା ତିଆରି କରାଯାଇଛି ତାହା ସେହି କାମରେ ଲାଗି ପାରୁନି । ଯଥା ପୂର୍ବଂ ତଥା ପରଂ । ଉନ୍ନତୀ କରଣ ନାମରେ ଆସିଥିବା ଟଙ୍କାକୁ ଖର୍ଚ୍ଚ କରାଯିବା ଭଳି ଦେଖାଇ ପି.ସି ହାତେଇ ନେବାର ଏହା ଏକ ମାଧ୍ୟମ , ସ୍ଥାନୀୟ ପୌର ପରିଷଦ ପକ୍ଷରୁ ନୂତନ ବସ ଷ୍ଟାଣ୍ଡ ଠାରେ ଅବସ୍ଥାପିତ କରାଯାଇ ଟିକସ ଆଦାୟ କରୁଥିବା ପରିବା ଦୋକାନୀ ଙ୍କ ସୁବିଧା ନିମନ୍ତେ ଏହା ନିର୍ମାଣ କରାଯାଇଛି ,ଏଥିରୁ ପୋୖର ଅଧିକାରୀ ହାତ ପୈଠ ନେଉଛନ୍ତି ବୋଲି ଅନେକ ଅଭିଯୋଗ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛି । ଯଦି ଏହା ଠିକ ନୁହଁ ତେବେ ପାଦ ଚଲା ରାସ୍ତା ତିଆରି ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଚାଲୁ ଥିବା ପରିବା ଦୋକାନ ପ୍ରତି ନିର୍ବାହୀ ଅଧିକାରୀଙ୍କ ନଜର ପଡିନିକି ବୋଲି ପ୍ରଶ୍ନ ଉଠୁଛି ।

ଏପରିକି ସହରର ମୁଖ୍ୟ ରାସ୍ତା କଡରେ ଉଠା ଦୋକାନ ଗୁଡିକ ବସାଇବା ନିମନ୍ତେ ପୋୖର ଅଧିକାରୀ ପ୍ରଶ୍ରୟ ଦେଇ ବଜାର ଠିକାଦାର ଙ୍କ ପାଣ୍ଠି ବଢ଼ାଇବାରେ ସହଯୋଗର ହାତ ବଢାଉଛନ୍ତି କି ବୋଲି ପ୍ରଶ୍ନ ଉଠୁଛି । ଏଥିଯୋଗୁଁ ଏଠାକୁ ଆସୁଥିବା ଗ୍ରାହକ ମାନଙ୍କ ମୋଟରଗାଡି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଟ୍ରାଫିକ ସମସ୍ୟା ରେ ସୁଧାର ଅଣୁଥିବା କହୁଥିବା ପୋଲିସ କର୍ମକର୍ତ୍ତା ଙ୍କ ମଧ୍ୟ ଏଥିପ୍ରତି ନଜର ପଡୁନଥିବା ସାଧାରଣ କୁ ଆଶ୍ଚର୍ଯ୍ୟାନ୍ବିତ କରୁଛି । ଦିନକୁ ଦିନ ସହର ମଧ୍ୟରେ ବଢୁଥିବା ରାସ୍ତା କଡର ଉଠା ଦୋକାନ ଗୁଡିକୁ ନେଇ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇ ପଡିରହି ନଷ୍ଟ ହେବାକୁ ବସିଥିବା ସ୍ଥାନକୁ ସହର ମଧ୍ୟରେ ବଢୁଥିବା ରାସ୍ତା କଡର ଉଠା ଦୋକାନ ଗୁଡିକୁ ସ୍ଥାନାନ୍ତରିତ କରାଗଲେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବଜାର ତିଆରି ହୋଇଥିଲା ତାହାର ଉଦ୍ଦେଶ୍ୟ ଫଳପ୍ରଦ ହେବା ସହ ସୁନ୍ଦର ଗୁଣପୁର ଗଠନର ମହତ୍ତ୍ୱ ରହି ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ବୋଲି ଆଶା କରାଯାଉଛି ।