ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଡ୍ରାଇଭର ମହାସଂଘ ତରଫରୁ ଦାବିପତ୍ର

ଢେଙ୍କାନାଳ, ୦୧/୦୯, ଆଜି ଓଡିଶା ଡ୍ରାଇଭର ମହାସଙ୍ଘ ର ଢେଙ୍କାନାଳ ଶାଖା ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ଓଡିଶା ସରକାରଙ୍କୁ ତାଙ୍କର ବିଭିନ୍ନ ଦାବି ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ଦାବି ଗୁଡ଼ିକ ହେଲା , ଡ୍ରାଇଭର ମାନେ ଜନସାଧରଣଙ୍କର ଯେଉଁ ଆକ୍ରୋଶର ଶିକାର ହେଉଛନ୍ତି ସେଥିପାଇଁ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ, ଡ୍ରାଇଭର ମାନଙ୍କର ବିଶ୍ରାମ ତଥା ଗାଡ଼ି ପର୍କିଙ୍ଗ ପାଇଁ ବ୍ୟବସ୍ଥା ସହ ବିଶ୍ରାମ ଘର ଓ ଶୌଚାଳୟ ବ୍ୟବସ୍ଥା କରିବା, ଡ୍ରାଇଭର ମାନଙ୍କର ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ୫ଲକ୍ଷ ଟଙ୍କା ପ୍ରଦାନ କରିବା, ସେମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୫ ଲକ୍ଷ ଏବଂ ଅକର୍ମଣ୍ୟ ହୋଇଗଲେ ୧୦ ଲକ୍ଷର କ୍ଷତି ପୂରଣ ପ୍ରଦାନ କରିବା, ସେମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ପ୍ରଦାନ, ୫୫ ବର୍ଷ ପରେ ପେନସନ ପ୍ରଦାନ କରିବା ଇତ୍ୟାଦି । ଏହିଭଳି ଭାବେ ସେମାନଙ୍କର ଅନେକ ଦାବି ସରକାରଙ୍କୁ ପ୍ରଦାନ କରିଥିଲେ । ଆଜି ଢେଙ୍କାନାଳ ଶାଖା ତରଫରୁ ରାଜ୍ୟ ଡ୍ରାଇଭର ମହାସଂଘ ଏକ ରାଲି ବାଜିଚୌକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଆଜିର ଏହି ରାଲିରେ ଅନେକ ମାତ୍ରାରେ ସଦସ୍ୟ ଯୋଗ ଦେଇଥିଲେ ।