ରାଜଗାଙ୍ଗପୁର : (ମନୋଜ ଭୋଳ ଙ୍କ ରିପୋର୍ଟ) -ଗ୍ରାମାଞ୍ଚଳ ରେ ଲୋକେ ହାତୀ ଆତଙ୍କ ରେ ରହୁଥିବା ବେଳେ ବର୍ତ୍ତମାନ ସହରଞ୍ଚଳ ମୁହାଁ ହେଲେଣି ହାତୀପଲ । ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ସକାଳେ ହାତୀ ପଲ ବୁଲୁଥିବା ସୂଚନା ମିଳିବା ପରେ ସହର ରେ ଦେଖା ଦେଇଛି ହାତୀ ଆତଙ୍କ ।ସୂଚନା ଅନୁଯାଇ ଏକ ହାତୀ ପଲ ଆଜି ସକାଳେ ରାଜଗାଙ୍ଗପୁର ସହର ସ୍ଥିତ ଲିପଲୋଇ ପୋଲ ନିକଟ ନଦୀ କୁ ଲାଗି ରହିଥିବା ଏକ ଗଛପତ୍ର ଥିବା ସ୍ଥାନରେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ହାତୀ ପଲ ଯେଉଁ ସ୍ଥାନରେ ରହିଥିଲେ ଏହା ପାଖରେ ବହୁ ଲୋକଙ୍କ ଘର ମଧ୍ୟ ରହିଛି । ଏ ଖବର ପ୍ରଚାର ହେବା ପରେ ଆଖ ପାଖ ସ୍ଥାନ ରୁ ଲୋକଙ୍କ ହାତୀ ଦେଖିବାକୁ ସୁଅ ଛୁଟିଥିଲା । ଲୋକଙ୍କୁ ଦେଖି ହାତୀ ପଲ ଗଛ ପତ୍ର ଥିବା ସ୍ଥାନ ଭିତକୁ ପଶିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ହାତୀ ପଲ ସେହି ସ୍ଥାନ ରେ ରହିଥିବା ଜଣାପଡିଛି । ରାଜଗାଙ୍ଗପୁର ବନ ବିଭାଗ କର୍ମଚାରୀ ଖବର ପାଇ ହାତୀ ପଲ ଉପରେ ନଜର ରଖିଥିବା ଜଣା ପଡିଛି । ସୂଚନା ଅନୁଯାଇ ହାତୀ ପଲ ରହିଥିବା ସ୍ଥାନ ନିକଟ ରେ ଥିବା ଘର ଲୋକଙ୍କ ମଧ୍ୟ ରେ ଏବେ ହାତୀ କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।