ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଢେଙ୍କାନାଳ,୧୫/୦୮, ଆଜି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସହିଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଜଣେ ସରଳ , ସ୍ନେହୀ , ମେଳାପୀ , ଜର୍ଭବ୍ୟ ନିଷ , ଅଦମ୍ୟ ଉତ୍ସାହୀ ବ୍ୟକ୍ତି ବୋଲି ସେ ପ୍ରକାଶ କରିଥିଲେ । ବିଦାୟୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା କର୍ମ ହିଁ ସଂସ୍କୃତି ବୋଲି ଅଭିହିତ କରିଥିଲେ । ଏଣୁ ପ୍ରତ୍ୟେକ କର୍ମକୁ ଚିମ ସ୍ପିରିଟ ନେଇ ନିଷ୍ଠା ଓ ଖୁସିର ସହିତ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ ମତ ବ୍ୟକ୍ତ କରିଲେ । ସମସ୍ତଙ୍କ ପାଇଁ କାମ କରିବାର ମନୋବୃତ୍ତି ତାଙ୍କର ସଫଳତାର ରହସ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳ ପ୍ରେରଣାର ଉତ୍ସ ଥିଲେ । ତାଙ୍କର ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନ ଦ୍ବାରା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଲେ । ଜିଲ୍ଲାପାଳଙ୍କ ଅମାୟିକ ବ୍ୟବହାର , କାର୍ଯ୍ୟ ଦକ୍ଷତା ଓ ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି ବୋଲି ବିଭାଗୀୟ ଅଧୁକାରୀମାନେ ମତ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ପଦୋନ୍ନତି ପାଇ ଆୟୁଷ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କେ . ଶିବା ସୁବ୍ରମଣ୍ୟମ , ବନଖଣ୍ଡ ଅଧୁକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ , ଆଇ.ଏ.ଏସ. ପ୍ରୋବେସନ ଶ୍ରୀ ବିଭୁତି ଭୂଷଣ ନାୟକ , ଚନ୍ଦକା ଅଭୟାରଣ୍ୟର ଡି ଏଫ.ଓ , ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାର , ବିଭିନ୍ନ ବିଭାଗୀୟ ଅଧିକାରୀ , ଜିଲ୍ଲା କାର୍ଯ୍ୟାଳୟ ଅଧୁକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।