ନିଯୁକ୍ତି ଦୁର୍ନୀତିର ନିରପେକ୍ଷ ତଦନ୍ତ ହେଉ , ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ୍ ପକ୍ଷରୁ ଓଡିଶା ଷ୍ଟାପ୍ ସିଲେକ୍‌ସନ୍ କମିଶନରେ ପରୀକ୍ଷା ଓ ନିଯୁକ୍ତି ଦୁର୍ନୀତିର ନିରପେକ୍ଷ ତଦନ୍ତ ନିମନ୍ତେ ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ୦୬.୦୮.୨୦୨୧ରେ ପ୍ରଦାନ କରାଯାଇଛି । ଓଡିଶା ଷ୍ଟାଫ ସିଲେକ୍‌ସନ୍ କମିଶନର ଜଣେ ବରିଷ୍ଠ ମେମ୍ବରଙ୍କ ଘରୁ ଭିଜିଲାନ୍ସ ବିଭାଗ ଦ୍ବାରା ଚଢାଉ କରାଯାଇ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତି ଜବତ ହେବା ସହିତ ବିଭିନ୍ନ ସରକାରୀ ପଦବୀ ନିମନ୍ତେ ହୋଇଥିବା ପରୀକ୍ଷାରେ ଅସାଧୁ ଉପାୟରେ ମାର୍କ ବଢାଇ ଯୋଗ୍ୟ ପ୍ରାର୍ଥୀଙ୍କ ବଦଳରେ ଅଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଲୀଚ ନିଆଯିବା ଘଟଣା ସମସ୍ତ ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡିଶା ଷ୍ଟାଫ୍ ସିଲେସନ୍ କମିଶନ ଅଫିସ୍‌ର ସାମାନ୍ୟ ଜଣେ କିରାଣୀ କିପରି ଏବଂ କେଉଁ ଅଧୁକାରୀ ଓ ରାଜନେତା ବାହୁଛାୟା ତଳେ ରହି ଲକ୍ଷ ଲକ୍ଷ ନଗଦ ଟଙ୍କା , ଆଲିଶାନ୍ ବଙ୍ଗଳା , କୋଟି କୋଟି ଟଙ୍କା , ୧୦ ରୁ ଉର୍ଦ୍ଧ ମୂଲ୍ୟବାନ ପୁଟ , ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ହୀରା ଅଳଙ୍କାର , ସୌଖୀନ ଓ ବହୁମୂଲ୍ୟ ଦାମୀ କାର ଏବଂ ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତିର ମାଲିକ ହୋଇପାରିଲେ ତାହାର ଜୁଡ଼ିସିଆରୀ ତଦନ୍ତ କରାଯିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଉକ୍ତ ଦାବୀପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦେଶ ଛାତ୍ର କଂଗ୍ରେସ୍ ଉପସଭାପତି ପ୍ରିତମ ପରିଳା , ସାଧାରଣ ସଂପାଦକ ଅଭିଳାଶ ଜେନା , ସଂପାଦକ ସୌମ୍ୟ ସତ୍ ଦାସ , ଟାଉନ୍ କଂଗ୍ରେସ ସଭାପତି ହାଇଦର ମହମ୍ମଦ , ଯୁବନେତା ଅମର ସେନାପତି , ଛାତ୍ର ନେତା କମଲ୍ ପ୍ରିତ୍ ସିଂ , ଦୁର୍ଗା ମିଶ୍ର , ସିଦ୍ଧାର୍ଥ ମିଶ୍ର , ଆଶୁତୋଷ ପରିଡା , ଇନ୍ଦିରଜିତ୍ ସାହୁ , ରମୁ ଗାଁ , ଜିଲନ୍ , ବୁବୁ ବାସଙ୍କ ସମେତ ବହୁ ଛାତ୍ର କଂଗ୍ରେସ୍ ପକ୍ଷରୁ ସମସ୍ତ କର୍ମୀ ଉପସ୍ଥିତ ଥିଲେ ।