ଗୁଣୁପୁର : କର୍ମଚାରୀ ଅଭାଵ ଓ ଇଣ୍ଟରନେଟ ସମସ୍ୟା ପ୍ରମାଣପତ୍ର ଦେବାରେ ସାଜୁଛି ବାଧକ : ତହସିଲଦାର

ଗୁଣପୁର,୨୪।୦୭,(ସିଦ୍ଧାର୍ଥ ଦାସ) ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲରେ ଜାତିଗତ ପ୍ରମାଣପତ୍ର , ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ପାଇବାରେ ଅହେତୁକ ବିଳମ୍ବ ହେଉଥିବା ନେଇ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ଜନ ସେବା କେନ୍ଦ୍ର ମାଧ୍ୟମରେ ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଆବେଦନ କରିବା ପରେ ଏହାକୁ ପାଇବା ପାଇଁ ଆବେଦନ କାରୀ ବାରମ୍ବାର ତହସିଲ କାର୍ଯ୍ୟାଳୟ କୁ ସମସ୍ତ କାମ ଛାଡି ଯାଇ ନୟାନ୍ତ ହୋଇପଡୁଥିବା ଅଭିଯୋଗ ଉଠୁଛି। ଜନ ସେବା କେନ୍ଦ୍ର ରେ ସମସ୍ତ ସଠିକ କାଗଜ ପତ୍ର ଦାଖଲ କରାଯିବା ପରେ ମଧ୍ୟ ଅତିରିକ୍ତ ତହସିଲଦାର ଙ୍କ ନିକଟରେ ଏହା ବହୁଦିନ ଧରି ପଡିରହୁଥିବା କାରଣରୁ ଏହା ଙ୍କ କାର୍ଯ୍ୟ ଶୈଳୀ କୁ ସାଧାରଣ ନା ପସନ୍ଦ କରିଛନ୍ତି । ଏନେଇ ଅତିରିକ୍ତ ତହସିଲଦାର ଶ୍ରୀ କିପିଳେଶ୍ୱର ତାଣ୍ଡି ଙ୍କ ସହ ଯୋଗାଯୋଗ କରିବାରୁ ଆବେଦନକାରି ଙ୍କ ଦରଖାସ୍ତ ରେ ଯେଉଁ ବିଷୟ ଗୁଡିକ ର ତୃଟି ରହିଥାଏ ଏହାକୁ ସଂଶୋଧିତ କରି ପୁନରପି ଦାଖଲ କରିବା ନିମନ୍ତେ କୁହାଯାଉଥିବା ବେଳେ ଏଗୁଡିକ ପୁନଃ ସଂଶୋଧନ ହୋଇ ଆସିବାରେ ବିଳମ୍ବ ହେଉଥିବାରୁ ପ୍ରମାଣ ପତ୍ର ଗୁଡ଼ିକ ଦେବାରେ ବିଳମ୍ବ ଘଟୁଛି।

ଅପର ପକ୍ଷରେ ଯେଉଁ ଆବେଦନ ପତ୍ର ଗୁଡିକ ସଠିକ ଭାବେ ଦାଖଲ କରାଯାଉଛି ସେଗୁଡିକୁ ସରକାର ଙ୍କ ନିୟମାନୁଯାୟୀ ଉଚିତ ସମୟରେ ପ୍ରଦାନ କରାଯାଉଛି। ଏଥିରେ ମୋର କିମ୍ବା ଅଧୀନସ୍ଥ କର୍ମଚାରୀ ଙ୍କ କୌଣସି ବିଳମ୍ବ କରିବାର କିମ୍ବା ଆବେଦନ କାରୀଙ୍କୁ ହଇରାଣ କରିବାର ମତଲବ ନାହଁ। ଜନ ସାଧାରଣ ଙ୍କ ପକ୍ଷରୁ ପଟ୍ଟା ନିମନ୍ତେ ଆବେଦନ କରାଯାଉଥିବା ବେଳେ ସରକାର ଙ୍କ ଗୋଟିଏ ଦିନରେ ପଟ୍ଟା ଦେବା ବ୍ୟବସ୍ଥା ଥିବା ସତ୍ତ୍ୱେ ଆବେଦନକାରି ବହୁ ବିଳମ୍ବ ରେ ପଟ୍ଟା ପାଉଥିବା ନେଇ ଉଠିଥିବା ଅଭିଯୋଗ ର ପ୍ରତିକ୍ରିୟା ରେ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି କି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ତହସିଲ ପକ୍ଷରୁ ବିଭିନ୍ନ ପ୍ରମାଣ ପତ୍ର ଓ ପଟ୍ଟା ପ୍ରଦାନ ନିମନ୍ତେ ରାଜସ୍ବ ରଥ ର ସହଯୋଗ କ୍ରମେ ପ୍ରତ୍ୟକ ଅଞ୍ଚଳ ବୁଲି ଆବେଦନ କାରୀଙ୍କ ଦାଣ୍ଡ ଦୁଆରେ ଏଗୁଡିକ ପହଞ୍ଚାଇବା ର ପ୍ରୟାସ ଜାରି ରହିଛି ଏବଂ ଅନେକ ଆବେଦନ କାରୀ ଙ୍କ ଘର ନିକଟରେ ସେମାନଙ୍କ ପ୍ରମାଣ ପତ୍ର ପହଞ୍ଚାଇ ଦିଆଯାଇଛି । ଏଥି ନିମନ୍ତେ କାହାରିକୁ କାର୍ଯ୍ୟାଳୟ କୁ ଆସିବାର ଆବଶ୍ୟକତା ନାହିଁ ।

ତହସିଲ କାର୍ଯ୍ୟାଳୟ ରେ ଆବଶ୍ୟକୀୟ କର୍ମଚାରୀ ଙ୍କ ଅଭାବ ଏବଂ ବାରମ୍ବାର ଦେଖା ଯାଉଥିବା ଇଣ୍ଟରନେଟ୍ ର ସମସ୍ୟା ଯୋଗୁଁ ଅନେକ୍ କ୍ଷେତ୍ରରେ ପଟ୍ଟା ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଦେବାରେ ବିଳମ୍ବ ହେଉଛି। ଏହି ବିଷୟ ନେଇ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଛି ଏବଂ ଯାଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ପ୍ରତିଶୃତି ଦେଇଥିବା ତହସିଲଦାର ଶ୍ରୀ ନାୟକ କହିଛନ୍ତି। ତହସିଲ ଅଧୀନସ୍ଥ ସମସ୍ତ ବାସିନ୍ଦା ଏବଂ ଅବଦାନ କାରୀ ଙ୍କୁ ଏକ ଅନୁରୋଧ ବାର୍ତ୍ତା ରେ ତହସିଲଦାର ମୋହଦୟ ନିବେଦନ କରି କହିଛନ୍ତି ବର୍ତ୍ତମାନ ର ଏହି କୋଭିଡ -୧୯ ସମୟରେ ଦେଖାଦେଉଥିବା କରୋନା ସଂକ୍ରମଣ ଠାରୁ ଦୂରେଇ ନିଜ ଘରେ ରହି ସୁସ୍ଥ ରହିବାକୁ ପରାମର୍ଶ ଦେବାସହ ଅଯଥା କାର୍ଯ୍ୟାଳୟ କୁ ଆସି ନିଜେ ହଇରାଣ ହେବା ସହ କର୍ଯ୍ୟରତ କର୍ମଚାରୀ ଙ୍କୁ ଅସୁବିଧାରେ ନପଡିବାକୁ ନିବେଦନ କରିଛନ୍ତି। ସେମାନେ ଆବେଦନ କରିଥିବା ସମସ୍ତ ପ୍ରମାଣ ପତ୍ର ଉଚିତ ସମୟରେ ସେମାନଙ୍କ ନିକଟରେ ପହଞ୍ଚାଇ ବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି।