ବାଣପୁର,୨୪/୦୭, ବାଣପୁର ମାଟିର ଗର୍ବ ଗୌରବ ଜନପ୍ରିୟ ଆଚାର୍ଯ୍ୟ ବାମନ ଚରଣ ଦାଶଙ୍କ ସୁପୁତ୍ର ଅଶୋକ ଦାଶ ଆଜି ଜୀବଲୋକରେ ନାହାନ୍ତି । ଅଶୋକ ଦାଶ ଜଣେ ଏକ ଧାରାରେ ଜନ ନାୟକ , ସମାଜ ସେବୀ, ସ॰ଗଠକ ତଥା ବିଭିନ୍ନ ଧାରାରେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ଇହଲୀଳା ସମରଣ କରିଥିବା ବେଳେ ତାଙ୍କର ଚିରଞ୍ଜିବୀ କୀର୍ତ୍ତି ମାନ ଉଦଜୀବିତ ହୋଇ ରହିଛି । ଶିକ୍ଷା, ସମାଜ, ସେବା ଆଞ୍ଚଳିକ ଉନ୍ନତିକରଣରେ ତଥା ବାଲୁଗାଁ ପୌର ପରିଷଦ ଅଧକ୍ଷ ହୋଇଥିବା ସମୟରେ ଅନେକ ଜନ କଲ୍ଯାଣୀକାରୀ କାର୍ଯ୍ୟ ତାଙ୍କର ସଦା ସ୍ମରଣୀୟ ହୋଇରହିବ । ଅଶୋକ ଦାଶ ତାଙ୍କର ପରିଣତ ବୟସରେ ଶ୍ବାସ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସା ଧୀନ ଥିଲେ । ଅନିମ କାଳରେ ତାଙ୍କର ପରିବାର ବର୍ଗ ଉପସ୍ଥିତ ଥିଲେ । ଏହି ଶୋକ ସମ୍ବାଦରେ ବହୁ ସାଧାରଣ ଲୋକ ଶୋକ ପ୍ରକାଶ କରିଛନ୍ତି ଓ ଆତ୍ମାର ସଦଗତି କାମନା କରିଛନ୍ତି ।