ଚିଲିକାରୁ ଫିସିଂ କ୍ୟାଟର ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ଟାଙ୍ଗୀ,୦୨/୦୭(ବିନୁ ଦାସ୍) ଫିସିଂ କ୍ୟାଟ ଯାହା ରୂପ ଦେଖିବକୁ ଜଙ୍ଗଲି ବାଘ ଭଳି।ଏହି ଫିସିଂ କ୍ୟାଟ ସାଧାରଣତଃ ପାଣି ମଧ୍ୟରେ ବସାବାସ କରିଥାନ୍ତି।କୌଣସି କାରଣରୁ ଫିସିଂ କ୍ୟାଟ ଟିର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନ୍ୟପ୍ରାଣୀ ଇଲାକା ସୋରଣ ଚିଲିକା କୂଳରେ ଫିସିଂ କ୍ୟାଟଟି ମୃତ ହୋଇ ପଡିଥିଲା।ଚିଲିକା ର ମତ୍ସ୍ୟଜୀବି ମାନେ ଏହାକୁ ଦେଖି ସୋରଣ ଫରେଷ୍ଟ ବିଟ୍ ହାଉସକୁ ଖବର ଦେଇଥିଲେ।ଖବର ପାଇ ଟାଙ୍ଗି ବନ୍ୟପ୍ରାଣୀ ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ମୃତ ଫିସିଂ କ୍ୟାଟକୁ ଜବତ କରିଛନ୍ତି । ଏ ପର୍ଯ୍ୟନ୍ତ ଫିସିଂ କ୍ୟାଟର ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଫିସିଂ କ୍ୟାଟର ପଞ୍ଚନାମା ପାଇଁ ପଠାଯିବ ଏବଂ ପଞ୍ଚନାମା ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଟାଙ୍ଗି ବନ୍ୟପ୍ରାଣୀ ଅଧିକାରୀ ସୂଚନା ଦେଇଛନ୍ତି।ଅପରପକ୍ଷରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ମରାଳ ମାଳିନୀକୁ ନେଇ ଗର୍ବ କରୁଥିବା ଚିଲିକା ଆଜି ରାଜନେତା ଏବଂ ପ୍ରଶାସନିକ ଅବହେଳାରେ ରହିଯାଇଛି । ଯାହା ଫଳରେ ମରାଳମାଳିନୀ ନିଲାମ୍ବୁ ଚିଲିକା ଆଜି ବିଶ୍ୱ ପ୍ରସିଦ୍ଧ ନଳବନ କୁ ନେଇ ଆତଙ୍କିତ।ସ୍ଥାନୀୟ ବିଧାୟକ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିକାଶରେ ନିରବଦୃଷ୍ଟା ଯେ ଆଗାମୀ ଦିନରେ ଆହୁରି ଜୀବଜନ୍ତୁ ଙ୍କର ବିଲୁପ୍ତ ହୋଇଯିବାର ଆଶଙ୍କା ସହ ପ୍ରକୃତି ପ୍ରେମୀଙ୍କୁ ବ୍ୟଥିତ କରିଛି । ତୁରନ୍ତ ଚିଲିକା ହ୍ରଦ ବିଶେଷ କରି ସୋରଣ ଏବଂ କାଳୁପଡ଼ା ଘାଟ ପେଣ୍ଠର ବିକାଶ ପାଇଁ ଚିଲିକା ବିଧାୟକ ଏବଂ ଖୋର୍ଦ୍ଧା ଜିଲାପାଳ ଦୃଷ୍ଟି ଦେବା ସହ ବିକାଶମୂଳକ କାର୍ଯ୍ୟ ପାଇଁ ଆଗେଇଆସନ୍ତୁ ବୋଲି ସଧାରଣ ରେ ଦାବି ହେଉଛି।