ବାଣପୁର,୨୫/୦୬ : ବିଦ୍ୟୁତ ବିଭାଗର (TPCODL) ଅସାବଧାନତା ପାଇଁ କ୍ଷତିରେ ଉପଭୋକ୍ତା , ବିଏସଏନଏଲ ର ବାଣପୁର ସ୍ଥିତ ମୋବାଇଲ ଟାୱାର ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା TPCODL ର ଖାମଖିଆଲି ନୀତି ବିଭାଗୀୟ ଅପରିପକତ୍ଵାର ପରିଚୟ ପ୍ରକାଶ କରୁଛି । ଉକ୍ତ ଟାୱାର ର ବକେୟା ଦେୟ ବିଏସଏନଏଲ ବହୁ ପୂର୍ବରୁ ଇଲେକଟ୍ରନିକ୍ସ ମାଧ୍ୟମରେ ପଇଠ ହୋଇ ସାରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିଜର ଜ୍ଞାନ ଓ ଅବହେଳା ପାଇଁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇଛନ୍ତି । ଯାହା ଫଳରେ ଇଣ୍ଟରନେଟ ଓ ମୋବାଇଲ ଉପୋଭକ୍ତା ମାନେ ସେବା ପାଇବାରୁ ନିବୃତ ରହିଛନ୍ତି । ସର୍ବ ସାଧାରଣ କାର୍ଯାଳୟ ସହିତ ଛାତ୍ର ଛାତ୍ରୀ ମାନକ ଅନଲାଇନ ପାଠ ପଢା ରେ ବିଶେଷ ବ୍ୟାଘାତ ସୃଷ୍ଟି ହୋଇଛି । ଯାହା ଅପୂରଣୀୟ କ୍ଷୟ କ୍ଷତି ଘଟାଇଛି । ହିତାଧିକାରୀଙ୍କ ଦୈନିକ ସେବା ପଇଠ ଅନୁପଯୋଗୀ ହୋଇ ବହୁତ କ୍ଷତି ହୋଇଛି । ବିଏସଏନଏଲ କର୍ମଚାରୀଙ୍କ ଠାରୁ ପ୍ରକାଶ ଯେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଲେ ଏ ବାବୁ ସେ ବାବୁ ସେ ବାବୁ ଏ ବାବୁ ହୋଇ ପରସ୍ପରକୁ ଆଙ୍ଗୁଠି ଦେଖାଉଛନ୍ତି କିନ୍ତୁ ସମସ୍ୟା ସମାଧାନର ବାଟ ଫିଟୁନି । ଏପ୍ରକାର ସମସ୍ୟା ପାଇଁ ସର୍ବସାଧାରଣରେ ହିତାଧିକାରୀ ଉପଭୋକ୍ତା ମାନେ ଚେତାବନୀ ଦେଇଛନ୍ତି କି ଏହାର ଆଶୁ ସମାଧାନ ନହେଲେ ଦୁଇ ବିଭାଗପ୍ରତି ଆଇନକୁ ହାତକୁ ନେବା କଥା ଚିନ୍ତା କରିବେ । ତେଣୁ ବେଳ ଥାଉ ଥାଉ ସଚେତନ ନ ହେଲେ ଅବସ୍ଥା ଅସମ୍ଭାଳ ହେବାର ଆଶା ଅନେକ ।