ଟାଙ୍ଗୀ:୧୯/୦୬(ବିନୁ ଦାସ୍) ଚାଇନା ଭାଇରସ କିଲର କରୋନା ଦ୍ୱାରା ପ୍ରଭାବିତ ହୋଇ ଗରିବ ଓ ମଧ୍ୟବିତ ପରିବାର ଅସହାୟ ହୋଇ ପଡିଛନ୍ତି। ଏପରିକି ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଛନ୍ତି ଅନେକ ପରିବାର । ଠିକ ଏହି ସମୟରେ ଏହି ଅସହାୟ ପରିବାର ମାନଙ୍କ ପାଖରେ ସହାୟ ହୋଇ ସାହାଯ୍ୟ ଓ ସହଯୋଗର ହାତ ବାଢ଼ିଛନ୍ତି ଇସ୍ୱାର୍ଡ ଓ ଗୁଞ୍ଜ୍ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ରେ ଦୁଇ ସ୍ବେଛା ସେବୀ ସଂଗଠନ ।
ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଭାବରେ ବେଶ ପରିଗଣିତ ହୋଇଥିବା ଇସ୍ୱାର୍ଡ ଓ ଗୁଞ୍ଜ୍ ନାମକ ଦୁଇ ସଂଗଠନ ଗରିବ ଅସହାୟ ଏବଂ ଦଳିତ ଓ ନିଷ୍ପେସିତ ଲୋକମାନଙ୍କୁ ତତ ସହିତ ସମାଜ ସେବାରେ ଉତ୍ସର୍ଗିକୃତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସାହଯ୍ୟ ,ସହଯୋଗ ଓ ସମ୍ବର୍ଦ୍ଧିତ କରି ସୁନାମ ଅର୍ଜନ କରିଛି ଏହି ସ୍ବେଛାସେବୀ ଅନୁଷ୍ଠାନ।
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଥିବା ଏହି ଅନୁଷ୍ଠାନର କାଯ୍ୟାଳୟରେ ପ୍ରତି ସପ୍ତାହକୁ ତିନି ଚାରି ଦିନ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ (ରାସନ ସାମଗ୍ରୀ) ବଣ୍ଟନ କରୁଛନ୍ତି । ଯାହାକୁ ନେଇ ଇସ୍ୱାର୍ଡର ସମ୍ପାଦକ ମୃତୁଞ୍ଜୟ ପ୍ରଧାନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ସରକାର ଓ ପ୍ରଶାସନର ସହଯୋଗ ନେଇ ଗରିବ ଲୋକମାନଙ୍କୁ ଏଭଳି ସେବା ଦିଆଯାଉଛି ବୋଲି ଇସ୍ୱାର୍ଡର ସମ୍ପାଦକ ମୃତୁଞ୍ଜୟ ପ୍ରଧାନ କହିଛନ୍ତି। ଇଶ୍ବାର୍ଡ ଏଭଳି ମହାନ କାର୍ଯ୍ୟ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଗୁଞ୍ଜ୍ ଅନୁଷ୍ଠାନ ସହ ମିଳିତ ଆନୁକୂଲ୍ୟରେ ଏପରିକି ୧୯୯୯ ମହାବାତ୍ୟାର ବିଧ୍ଵଂସ କାରୀ ପରିସ୍ଥିତିରେ ମଧ୍ୟ ଲୋକମାନଙ୍କୁ ସହଯୋଗ କରି ଆସୁଛି । ଇଶ୍ବାର୍ଡ ଏଭଳି ମହତ କାର୍ଯ୍ୟ ବର୍ଷ ବର୍ଷ ଧରି କରି ଆସୁଥିବା ବେଳେ ଏହି ସେବା କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।