ଟାଙ୍ଗୀ,୧୧/୦୬ (ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସରକାରୀ ଡାକ୍ତରଖାନା ଏକ ପରିଚିତ ନାମ । ଯେଉଁ ଡାକ୍ତରଖାନାରେ ଦୈନିକ ହଜାର ହଜାର ରୋଗୀ ନିର୍ଭରଶୀଳ ସହ ଟାଙ୍ଗୀ ବ୍ଲକର ପ୍ରମୁଖ ପେଣ୍ଠ ସ୍ଥଳରେ ଅବସ୍ଥିତ ଟାଙ୍ଗୀ ସରକାରୀ ଡାକ୍ତରଖାନା । ଏହି ଡାକ୍ତରଖାନାରେ ଟାଙ୍ଗୀ, ଚିଲିକା, ବାଣପୁର ଏବଂ ରଣପୁର ବ୍ଲକର ଶତାଧିକ ଗ୍ରାମର ହଜାର ହଜାର ରୋଗୀ ନିର୍ଭର ଶୀଳ । କୋଟି କୋଟି ଟଙ୍କା ବିନିଯୋଗ କରି ଡାକ୍ତରଖାନାରେ ନବୀକରଣ ଗୃହ ହୋଇଥିବା ବେଳେ ସମ୍ମୁଖରେ ଥିବା ମୁଖ୍ୟ ଫାଟକରେ ଫଳକ ନଲାଗିବା ଏବଂ ଅନ୍ଧାରରେ ରହିବା ସହ ରୋଗୀ ମାନଙ୍କୁ ଉତ୍ତମ ସେବା ଯୋଗାଉଥିବା ଡାକ୍ତରଖାନା ଆଜିର ଦିନରେ ସ୍ଥାଣୁ ପାଲଟିଛି ।
ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୁଏ । ଏପରିକି ଅନ୍ଧାରୀ ଚିକିତ୍ସା ମଧ୍ୟ ହୁଏ । ସନ୍ଧ୍ୟା ହେଲେ ଟାଙ୍ଗୀ ଡାକ୍ତରଖାନାର ଦୃଶ୍ୟ ଭୁତ କୋଠି ଠାରୁ ବଳକା । ଟାଙ୍ଗୀ ମେଡ଼ିକାଲ ପରିସର ଏବଂ ପ୍ରବେଶ ପଥ ସମ୍ମୁଖ ଅନ୍ଧାର କିଟି କିଟି ହେଉଥିଲେ ହେଁ ମେଡ଼ିକାଲ ସୁପ୍ରିଟେଣ୍ଡେଣ୍ଟ କିଭଳି ଜାଣି ପାରୁନାହାନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରୁଛି । ମେଡ଼ିକାଲ ପରିସରକୁ ଆଲୋକୀକରଣ ପାଇଁ ସରକାର ସମସ୍ତ ସୁବିଧା ସୁଯୋଗ, ଯଥା ଇଲେକ୍ଟ୍ରି କଟ୍ ବେଳେ ଜେନେରେଟର ଠାରୁ ଆରମ୍ଭ କରି ଯାନ୍ତ୍ରିକ ତ୍ରୁଟିର ତୁରନ୍ତ ସମାଧାନ ପାଇଁ ଏକ ଇଲେକ୍ଟ୍ରିସିଆନ ମଧ୍ୟ ନିଯୁକ୍ତି ଦିଆଯାଇଛି ।
ଆଲୋକୀକରଣ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମେଡ଼ିକାଲ ସୁପ୍ରିଟେଣ୍ଡେଣ୍ଟଙ୍କୁ ହାତ ପାଣ୍ଠି ଖର୍ଚ୍ଚ ନିମିତ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଏସବୁ ସତ୍ତ୍ୱେ ମେଡ଼ିକାଲ ପରିସର ଅଧା ଅନ୍ଧାର ଅଧା ଆଲୁଅରେ ରହୁଛି ଏପରିକି ଦୁଃଖର କଥା ଫାଇଲିନ ବାତ୍ୟା ଦୁଇବର୍ଷ ବିତିଯାଇଥିଲେ ବି ଡାକ୍ତରଖାନାର ପ୍ରବେଶ ପଥ ମୁଖ୍ୟ ଗେଟ୍ ବର୍ଷ ବର୍ଷ ଧରି ଫଳକ ଖାଲି ରହିବା ଏପରିକି ଚାରିଶହ ଟଙ୍କାର ଫ୍ଲେକ୍ସ ବୋର୍ଡ଼ ବ୍ୟାନର ଟିଏ ମଧ୍ୟ ଲାଗିପାରୁନି । ଏସବୁ ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳବାସୀ ଚୁପ ରହିବା ଏବଂ ମେଡ଼ିକାଲ ସୁପ୍ରିଟେଣ୍ଡେଣ୍ଟ ଏସବୁ ଜାଣି ନିରବ ରହିବା ଅଞ୍ଚଳବାସୀ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି।