ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଷରପାଟଣା ଛକ ଠାରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଉଭୟ ପ୍ରାର୍ଥୀ ବାଣପୁର ର ଆରାଧ୍ୟ ଦେବୀ ମା’ ଭଗବତୀ ଓ ମା’ ଟିକିରାଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଏବଂ ମା’ଙ୍କ ନିକଟରେ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ। ଏହି ପଦଯାତ୍ରାରେ ସାଂସଦ ପ୍ରାର୍ଥୀ ଡ଼ାଃ ପାତ୍ର କହିଥିଲେ ଯେ,ବିକଶିତ ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶ ମୋ ସଂକଳ୍ପ ତତସହିତ ବାଣପୁର ତଥା ଚ଼ିଲିକା ମାଟିକୁ ଏକ ସମୃଦ୍ଧଶାଳୀ ରେ ପରିଣତ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଆଲୋକପାତ କରିବା ସହ ଚ଼ିଲିକା କୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ କହିଥିଲେ ଯେ,ସ୍ବାଭିମାନୀ ବାଣପୁର ତଥା ଚ଼ିଲିକା ମାଟିର ସାମଗ୍ରିକ ଓ ଅର୍ଥନୈତିକ ବିକାଶ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତ କୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ସୁନ୍ଦର ସମୃଦ୍ଧଶାଳୀ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ପଦଯାତ୍ରାରେ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ପ୍ରଭାରୀ ଶ୍ରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ,ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ଶ୍ରୀ ଭଗବାନ ପ୍ରଧାନ,ବିଜେପି ନେତା ଶ୍ରୀ ନନ୍ଦକିଶୋର ମିଶ୍ର,ବାଣପୁର NAC ର ୧ ନଂ ୱାର୍ଡ଼ ର କାଉନସିଲର ତଥା ବାଣପୁର ନଗର ମଣ୍ଡଳ ଭାଜପା କାର୍ଯ୍ୟକାରୀ ସଭାପତି ଶ୍ରୀ ରବିନାରାୟଣ ମିଶ୍ର,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ଦାସ,ସମିତିସଭ୍ୟା ଶ୍ରୀ କନ୍ଦର୍ପ ଜେନା,ବିଷ୍ଣୁଡ଼ିହ ସରପଞ୍ଚ ଶ୍ରୀମତୀ ପୁଷ୍ପିତା ପ୍ରଧାନ, ଦେଓଗାଁ ସରପଞ୍ଚ ଶ୍ରୀମତୀ ରେଣୁବାଳା ଛାଟୋଇ, ଆୟତପୁର ସମିତିସଭ୍ୟ ଶ୍ରୀ ତ୍ରିନାଥ ପ୍ରଧାନ, ନନ୍ଦପୁର ସରପଞ୍ଚ ଶ୍ରୀ ପୁଷ୍ପମିତ୍ର ଖୁଣ୍ଟିଆ,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ବାଣପୁର ନଗର ମଣ୍ଡଳ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ବନଜା ମିଶ୍ର,ଯୁବ ସଂଗଠକ ଶ୍ରୀ ତପନ ପ୍ରଧାନ ଓ ପ୍ରଭାଶିଷ ପ୍ରଧାନ ଙ୍କ ସମେତ ସମସ୍ତ କାଉନସିଲର ଏବଂ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।